ଆଜି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ବିଶାଖାପାଟଣାରୁ ଭୁବନେଶ୍ବର ଗଡିବ ଏହି ଟ୍ରେନ୍
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉତ୍ସର୍ଗ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ।
ଆଜି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ବିଶାଖାପାଟଣାରୁ ଭୁବନେଶ୍ବର ଗଡିବ ଏହି ଟ୍ରେନ୍ । ଖୋର୍ଦ୍ଧା, ବାଲୁଗାଁ ଓ ବ୍ରହ୍ମପୁର ଦେଇ ଏହା ବିଶାଖପଟନମ ଯିବ। ସପ୍ତାହକୁ ୬ ଦିନ ଚାଲିବା ବେଳେ କେବଳ ଶନିବାର ଏହା ଯାତ୍ରା କରିବ ନାହିଁ। ଗତ ବର୍ଷ ମେ’ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଥିଲା। ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି। ସେହିପରି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗତ ବର୍ଷ ସେପ୍ଟେମ୍ବରରେ ଚାଲିଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡିକରେ ୧୬୨ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍, ୫୦ ସୋଲାର୍ ପାୱାର୍ ଷ୍ଟେସନ୍, ୫ଗୁଡସ ଶେଡ୍, ୯ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ ଅଟୋ ସିଗନାଲ୍ ସିଷ୍ଟମ୍, ୧ଟି ଗତି ଶକ୍ତି ଟର୍ମିନାଲ୍, ୧ଟି ଜନ ଔଷଧି କେନ୍ଦ୍ର ଏବଂ ୧ଟି ରେଳ କୋଚ୍ ରେଷ୍ଟୁରାଣ୍ଟ ରହିଛି। ସେହିପରି ପ୍ରଧାନମନ୍ତ୍ରୀ ୯ ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିବେ।
