ଏମସିଏଏମ କଲେଜରେ ଉତ୍କଳ ଦିବସ ପାଳନ
ବାରିପଦା : ମହାରାଜ ପୁର ସ୍ଥିତ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଅଛି କ୍ଷ ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାପୁରୁଷମାନଙ୍କ ଉଦେଶ୍ୟ ରେ ପୁଷ୍ପ ପ୍ରଦାନ କରି ଗୌରବମୟ ଉତ୍କଳର ଜୟ ଜୟ ଗାନ କରାଯାଇଥିଲା କ୍ଷ ଦୀର୍ଘ ବର୍ଷ ଧରି ବ୍ରିଟିଶ ଅଧୀନ ରେ ଶାସିତ ହୋଇଥିବା ଉତ୍କଳ ନିଜର ସଂଘର୍ଷ ଏବଂ ଦୃଢ ଚିନ୍ତାଧାରା ପାଇଁ ୧୯୩୬ ମସିହା ଏପ୍ରିଲ ୧ ରେ ନିଜର ସ୍ୱତନ୍ତ୍ରତା ପାଇଥିଲା ଏବଂ ବର୍ତମାନ ଏତେ ବାଧା ବିଘ୍ନ ସତ୍ୱେ ମଧ୍ୟ ଓଡିଶା ଆଜି ସମଗ୍ର ବିଶ୍ୱ ରେ ନିଜର ସ୍ୱତନ୍ତ୍ର କଳା, ସଂସ୍କୃତି, ପରମ୍ପରା ଓ ଖେଳ ଇତ୍ୟାଦି କ୍ଷେତ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ବକ୍ତା ମାନେ କହିଥିଲେ କ୍ଷ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସମସ୍ତଙ୍କୁ ସେବା ମନୋବୃତି ରଖି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିବା ବେଳେ ଇତିହାସ ବିଭାଗ ଅଧ୍ୟାପିକା ବିଜୟା ନାୟକ, ଛାତ୍ର ଅଜିତ କୁମାର ଦାସ, କିରଣ ବାରିକ, ଅଧ୍ୟାପକ ମୋଦନ ମୋହନ ସାହୁ, ଅଂଶୁମାନ ଧରମହାପାତ୍ର, ଅଧ୍ୟାପିକା ସବିତା ରାଣୀ ଦାଶ, ଅଭିପ୍ସା ନାୟକ, ସୁଜାତା ପାଲ ଏବଂ ସଂଯୁକ୍ତା ମହାନ୍ତ ପ୍ରମୁଖ ଯୋଗଦେଇଥିବା ବେଳେ ସୁଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I
