ଦୀପିକା ପାଦୁକୋନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କଲେ ୟୁଜର୍ସ
ମୁମ୍ବାଇ : ଦୀପିକା ପାଦୁକୋନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କଲେ ୟୁଜର୍ସ । ଗତ ଗୁରୁବାର ଦିନ ଡିନର ପରେ ଦୀପିକା ପାଦୁକୋନ ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ। ଏହି ସମୟରେ ସେ ନ୍ୟୁଡ୍ କଲରର ଫର୍ମାଲ ଲୁକ୍ ଗ୍ରହଣ କରିଥିଲେ। ଦୀପିକା ରେଷ୍ଟୁରାଣ୍ଟରୁ ବାହାରି ସିଧା ତାଙ୍କ କାରରେ ବସିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିଥିଲେ। ଯେତେବେଳେ ସେ କାରରେ ବସିଥିଲେ, ଜଣେ ମହିଳା ପିଲାଟିକୁ କୋଳରେ ନେଇ ତାଙ୍କୁ ଭିକ ମାଗିଥିଲେ। କାରର ଡୋର୍ ବନ୍ଦ ଥିବାରୁ ଦୀପିକା ତାଙ୍କୁ ଦେଖିପାରିନଥିଲେ। ମହିଳା ଜଣକ ଦୀର୍ଘ ସମୟ ଧରି ଦୀପିକାଙ୍କୁ ଡାକିଥିଲେ। ଯେତେବେଳେ ଫଟୋଗ୍ରାଫର ତାଙ୍କୁ କହିଲେ ଯେ ସେ ଭିତରୁ ଦେଖାଯାଉ ନାହାଁନ୍ତି, ମହିଳା ସେଠାରୁ ଚାଲିଗଲେ।
ଦୀପିକାଙ୍କ ଏହି ଭିଡିଓ ଫଟୋଗ୍ରାଫର ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ୟୁଜର୍ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର୍ କହିଛନ୍ତି- ‘୧୦୦ ଟଙ୍କା ଦେଇପାରିଥାନ୍ତେ।’ ଆଉ ଜଣେ କହିଛନ୍ତି, ‘ନିଜେ ପେଟ ଭରି ଡିନର କଲେ, ଗରିବ ମହିଳା ଓ ପିଲାକୁ କିଛି ରେଷ୍ଟୁରାଣ୍ଟରୁ ଦେଇଥାନ୍ତେ।’ ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି – ‘ମ୍ୟାମ୍ ଯେତିକି ବଡ କାର ସେତିକି ବଡ ଏକ ବଡ ହୃଦୟ ବି ରଖନ୍ତୁ। ଏଥିସହିତ, ଅନେକ ୟୁଜର୍ ମଧ୍ୟ ଦୀପିକାଙ୍କୁ ସମର୍ଥନ କରି କହିଛନ୍ତି ଝିଅ ନିଜେ କିଛି କରି ରୋଜଗାର କରିପାରିବ।’ ଆଉ କିଛି ଲେଖିଛନ୍ତି ‘ଯଦି ସାଧାରଣ ଲୋକ ଏହିପରି ଭିକାରୀଙ୍କୁ ଅଣଦେଖା କରୁଛନ୍ତି, ତେବେ ସେଲିବ୍ରିଟିମାନେ କାହିଁକି ନୁହଁନ୍ତି?’
