କିଭ୍ ଗସ୍ତରେ ଆମେରିକା ରାଷ୍ଟ୍ରପତି ବାଇଡେନ, ୟୁକ୍ରେନ ପ୍ରତି ଜଣାଇଲେ ସମର୍ଥନ
In this photo provided by the Ukrainian Presidential Press Office on Monday, Feb. 20, 2023, Ukrainian President Volodymyr Zelenskyy, right, and U.S. President Joe Biden speak at Mariinsky Palace during their meeting in Kyiv, Ukraine. Biden has made an unannounced visit to Ukraine to meet with President Volodymyr Zelenskyy. Monday's visit is a gesture of solidarity that comes days before the one-year anniversary of Russia’s invasion of the country. (Ukrainian Presidential Press Office via AP)
କିଭ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଅଚାନକ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ବାଇଡେନଙ୍କ ଅଚାନକ କିଭ୍ ଗସ୍ତ ଚର୍ଚ୍ଚାର ବିଷୟ ହୋଇଛି । ଯୁଦ୍ଧ ପରଠୁ ଏହା ବାଇଡେନଙ୍କ ପ୍ରଥମ ୟୁକ୍ରେନ ଗସ୍ତ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇଡେନ୍ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ମଧ୍ୟ ଭେଟିଛନ୍ତି।
ବାଇଡେନଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି | ରୁଷ-ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ୟୁକ୍ରେନକୁ ପ୍ରତ୍ୟକ୍ଷ ଭାବେ ସହାୟତା କରିଆସୁଛି | ଏପରିକି ଯେକୌଣସି ପରିସ୍ଥିତିରେ ସେ ୟୁକ୍ରେନ ସହିତ ଛିଡା ହେବେ ବୋଲି ବାଇଡେନ କହିଥିଲେ । ରୁଷ ବିପକ୍ଷ ଯୁଦ୍ଧ ମଧ୍ୟରେ ଅଚାନକ କିଭ୍ ଗସ୍ତ କରି ୟୁକ୍ରେନ ପ୍ରତି ଆମେରିକାର ସମର୍ଥନ ଅତୁଟ ରହିଥିବା ବାଇଡେନ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।
ରାଷ୍ଟ୍ରପତି ବାଇଡେନ ମଧ୍ୟ ୟୁକ୍ରେନ ଗସ୍ତ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟରେ ସେ ଲେଖିଛନ୍ତି ଯେ ଆଉ କିଛି ଦିନ ପରେ ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ । ଏହାର ଠିକ୍ ପୂର୍ବରୁ ମୁଁ ମୋର ବନ୍ଧୁ ଭୋଲୋଡିମିର ଜେଲେନସ୍କିଙ୍କୁ ୟୁକ୍ରେନ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକାର ସମର୍ଥନ ବିଷୟରେ ଆଶ୍ଵାସନା ଦେବାକୁ ମୁଁ କିଭରେ ଅଛି।”
କିଭରେ ପହଞ୍ଚିବା ପରେ ଜୋ ବାଇଡନ ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆରମ୍ଭରୁ ଆମେ ୟୁକ୍ରେନ ସହିତ ରହିଛୁ। ଏହି ଯୁଦ୍ଧ ସମୟରେ ଆମେ ସମଗ୍ର ବିଶ୍ୱରୁ ୟୁକ୍ରେନ ପାଇଁ ସମର୍ଥନ ଯୋଗାଡ଼ କରିଛୁ। ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ ପୂର୍ବକ ଆମେ ସେମାନଙ୍କୁ ଶୀଘ୍ର ଏୟାର ସର୍ଭିଲାନ୍ସ ରାଡାର ଦେବାକୁ ଯାଉଛୁ। ମୁଁ ଏହା ନିଶ୍ଚିତ କହିବାକୁ ଚାହେଁ ଯେ ଏହି ଯୁଦ୍ଧରେ ୟୁକ୍ରେନକୁ କେହି ଦୁର୍ବଳ ଭାବିବା ଉଚିତ୍ ନୁହେଁ।”
