ହଜରତ୍ ଜିନ୍ଦା ମଦାର ସାହ ଓ ୱାଲି ସାହ ପୀରବାବାଙ୍କ ଉର୍ସ ଉତ୍ସବ
କଟକ : ଖଟ୍ବିନ୍ ସାହି ବାରିଲେନ୍ସ୍ଥିତ ଶେଖବଜାର ଊର୍ଦ୍ଦୁ ଟ୍ରେନିଂ ସ୍କୁଲ ନିକଟସ୍ଥ ହଜରତ ଜିନ୍ଦା ମଦାର ସାହ ଓ ୱାଲି ସାହ ପୀରବାବାଙ୍କ ୫୮ତମ ଉର୍ସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୬ଟାରେ ଗୋଶଲଖାନୀ ଆରମ୍ଭ ହୋଇ ୪ଟାରେ ଚାଦର ପୋର୍ସି ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ଖଟବିନ ସାହି ଫାଣ୍ଡି ପାଖରୁ ଏକ ଚାଦର ଶୋଭାଯାତ୍ରା ବାହାରି ସାହି ପରିକ୍ରମା କରି ବାବାଙ୍କ ପୀଠରେ ପହଂଚିଥିଲା । ଏହି ଉତ୍ସବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଯାହାକି ଭାଇଚାରାର ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ଉତ୍ସବରେ ସିଏମସିର ମେୟର ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ବାବାଙ୍କ ପୀଠକୁ ଆର୍ôଥକ ଅନୁଦାନ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ, ଜୋନ-୪ ଏସିପି ଆଶୁତୋଷ ମିଶ୍ର ଓ ଲାଲବାଗ ଥାନାଧିକାରୀ ରବିନାରାୟଣ ଭଂଜ ପ୍ରମୁଖ ଯୋଗଦେଇଥିଲେ । ଏହି ଉର୍ସ ଉତ୍ସବରେ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ଏକ କ୍ୱିଣ୍ଟାଲ ଚାଉଳର ଭୋଗ ବଣ୍ଟନ କରାଯାଇଥିଲା । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କବାଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଆଖପାଖର ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମଜହାର ସଂପାଦକ ସୟଦ ଇନାୟତ ଅଲ୍ଲୀ, ନଜୱାନ ମିଲ୍ଲତ କମିଟିର ସଭାପତି ତନବୀର ହୋସେନ, ସଂପାଦକ ସରଫରାଜ ଖାନ, ଯୁଗ୍ମ ସଂପାଦକ ଅବଦୁଲ ଅବରାର, ଉପ ସଭାପତି ସେକ ଦାଉଦ, ସାହି କମିଟିର ସଭ୍ୟ ସୟଦ ସରଫରାଜ ଅଲ୍ଲୀ, ସେକ ୟୁସୁଫ, ଅକିକୁଶ ଜମା ଖାନ, କରିମ ଖାନ, ସୟଦ ଶାବିର ଅଲ୍ଲୀ, ସୟଦ ରଜବ ଅଲ୍ଲୀ, ସେକ ଅନରୁଲ ହକ୍, ସେକ ଏକବାଲ, ମହମ୍ମଦ ନଜିବ, ସେକ ସରଫୁ, ରିୟାଜ୍ ଖାନ ଏବଂ ସୋଲା ଭାଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
