ପୁଣି ଅଶାନ୍ତ ପୁରୀ, ଗୁଳିମାଡ଼ରେ ସେବାୟତ ମୃତ
ପୁରୀ : ପୁରୀ ଏମାର ମଠ ନିକଟରେ ସେବାୟତଙ୍କୁ ଗୁଳିମାଡ। ଗୁଳିମାଡ଼ରେ ସେବାୟତ ମୃତ। ମୃତ ସେବାୟତ ଜଣକ ହେଉଛନ୍ତି ତଳୁଛ ସାହିର ଶିବରାମ ପାତ୍ର। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ସୂଚନା ମିଳୁଛି। ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ।
ସେଠାରେ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ପଡିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି। ଗୁଳି ମାଡ କରିଥିବା ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଥିବା ବେଳେ ତା ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି।
