ଗୃହରେ ଉତ୍ତେଜନା ଜାରି, ବୁଧବାର ଯାଏ ଲୋକସଭା ଓ ରାଜ୍ୟସଭା ସ୍ଥଗିତ
FILE PHOTO: Indian parliament building is reflected in a puddle after the rain in New Delhi, India July 20, 2018. REUTERS/Adnan Abidi
ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲଗାତର ଭାବେ ଗୃହରେ ଉତ୍ତେଜନା ଲାଗିରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର କୌଣସି କାର୍ଯ୍ୟ ହୋଇପାରି ନାହିଁ।
ସୋମବାର ଗୃହରେ ହଟ୍ଟଗୋଳ ଯୋଗୁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକୁ ଦିନସାରା ସ୍ଥଗିତ ରଖାଯାଇଥିଲା। ସଂସଦର ଉଭୟ ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ। ଅନ୍ୟପଟେ ମଙ୍ଗଳବାର ମହାବୀର ଜୟନ୍ତୀ ଥିବାରୁ ଉଭୟ ଗୃହ ଛୁଟି ରହିବ। ସଂସଦର ପରବର୍ତ୍ତୀ ବୈଠକ ବୁଧବାର ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।
