ଅଶାନ୍ତ ରାଜଧାନୀ, ଯୁବକଙ୍କୁ ଛୁରାମାଡ଼
ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ । ସିରିଜ ଲୁଟ ପରେ ପୁଣି ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼ ହୋଇଛି । ଶୈଳଶ୍ରୀବିହାର ଅଂଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛି । ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଛୁରାମାଡ଼ରେ ଆହତ ଓ ଅଭିଯୁକ୍ତ ଯୁବକ ଉଭୟ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତଙ୍କୁ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି ।
ସିରିଜ୍ ଲୁଟ୍ ପରେ ଶୁକ୍ରବାର ସନ୍ଧ୍ୟା ବେଳେ ରାଜଧାନୀରେ ହୋଇଛି ଛୁରାମାଡ଼ । ଶୈଳଶ୍ରୀବିହାର ଅଂଚଳରେ ହୋଇଥିବା ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହସ୍ପିଟାଲରେ ଭର୍ତି । ଅଭିଯୁକ୍ତ ଯୁବକ ଥାନାରେ ଅଟକ । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରା ମାଡ଼ ହୋଇଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ଓ ଆହତ ଉଭୟ ଯୁବକ ଇଂଜିନିୟରିଂ ଛାତ୍ର ହୋଇଥିବା ଜଣାପଡ଼ିଛି । କିଛି ଦିନ ଧରି ଭୁବନେଶ୍ୱରରେ ଔଷଧ ଦୋକାନୀଙ୍କୁ ଚକମା ଦେଇ ଲୁଟ୍ ହେଉଥିଲା । ଏହି ଘଟଣା ଗତକାଲି ପର୍ଦ୍ଦାଫାସ କରିଥିଲା କମିଶନରେଟ୍ ପୁଲିସ୍ । ଏହି ଘଟଣାରେ ପୁଲିସ୍ ୪ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟ ଆଇଡି, ୪ଟି ମୋବାଇଲ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମାଷ୍ଟର ମାଇଣ୍ଡ ଥିଲା ରଙ୍ଗ ମିସ୍ତ୍ରୀ ରାଜୁ ସିଂ । ସେ ୧୦ ବର୍ଷ ଧରି କଲିକତାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ ।
