ଆଜି ବାଜି ରାଉତ ଫୁଟବଲ ଟୁର୍ଣ୍ଣାମେଂଟର ଉଦ୍ଯାପନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲା ତାଳଚେରରେ ଅନୁଷ୍ଠିତ ‘ବାଜି ରାଉତ ଫୁଟବଲ ଟୁର୍ଣ୍ଣାମେଂଟ’ର ଉଦଯାପନ ସମାରୋହ ଓ ଭୁବନେଶ୍ୱରରେ ‘ପ୍ରଗତିବାଦୀ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗ ଦେବେ । ଏହା ପରେ ତାଳଚେର ସ୍ଥିତ ଏମସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମକୁ ଯିବେ । ସେଠାରେ ‘ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଫୁଟବଲ ଟୁର୍ଣ୍ଣାମେଂଟ’ର ଉଦଯାପନ ସମାରୋହରେ ଯୋଗଦେବେ । ଆସନ୍ତାକାଲି ଏହି ଷ୍ଟାଡିୟମରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି ଓ ରାଜସ୍ଥାନର ୟୁନାଇଟେଡ୍ ଏଫସି ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
