ନୀତିଶ କୁମାରଙ୍କ ତୁଷ୍ଟିକରଣ ନୀତିକୁ ନେଇ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ତୁଷ୍ଟିକରଣ ନୀତିକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସୁଶାସନ ବାବୁଙ୍କ ଶାସନରେ ବିହାରରେ କୁଶାସନ ଓ ଜଙ୍ଗଲରାଜର ପୁରୁଣା କଥା ଦୋହରା ଯାଉଛି । ପ୍ରଧାନମନ୍ତ୍ରୀ ପଦର ଇଚ୍ଛାର ମୂଲ୍ୟ କଣ ବିହାରବାସୀଙ୍କୁ ନିଜର ଜୀବନ ଓ ସମ୍ମାନ ହରାଇ ଦେବାକୁ ପଡିବ । ତୁଷ୍ଟିକରଣ ସାମନାରେ ନୀତିଶ କୁମାର ଶାସନ, ପ୍ରଶାସନ ଓ ପୋଲିସ ସମସ୍ତଙ୍କୁ ନତ ମସ୍ତକ କରି ଦେଇଛନ୍ତି ।
