ଆଦି ମହୋତ୍ସବକୁ ଦେଖି ଯୁବ ପୀଢି ଅନୁପ୍ରାଣିତ ହେବେ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ରାଉରକେଲାରେ ଅନୁଷ୍ଠିତ ହେଉଥିବା ‘ଆଦି ମହୋତ୍ସବ’ ମହୋତ୍ସବକୁ ବିଶେଷ ଭାବରେ ଯୁବପିଢିମାନେ ଦେଖି ଅନୁପ୍ରାଣିତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ କରି କହିଛନ୍ତି ଯେ ଜନଜାତି ପରମ୍ପରା ଆମର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ରାଉରକେଲାରେ ଅନୁଷ୍ଠିତ ହେଉଥିବା ‘ଆଦି ମହୋତ୍ସବ’ ଆମ ଦେଶର ବିବିଧ ସଂସ୍କୃତିର ପ୍ରତିଫଳନ । ଦେଶର ବିକାଶରେ ଜନଜାତି ସମାଜର ଅବଦାନକୁ ନେଇ ଆମେ ଗର୍ବିତ । ସ୍ୱାଧୀନତାର ଅମୃତକାଳରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବକୁ ବିଶେଷ ଭାବରେ ଯୁବପିଢିମାନେ ଦେଖି ଅନୁପ୍ରାଣିତ ହେବେ ବୋଲି ମୋର ବିଶ୍ୱାସ ।
