କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋମବାର ଲକ୍ଷ୍ନୌରେ ନେଶନାଲ କ୍ଲାଇମେଟ କନକ୍ଲେଭର ଉଦଘାଟନ କରିବେ
ଲକ୍ଷ୍ନୌ : କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋମବାର ଲକ୍ଷ୍ନୌରେ ନେଶନାଲ କ୍ଲାଇମେଟ କନକ୍ଲେଭର ଉଦଘାଟନ କରିବେ । ଉତରପ୍ରଦେଶ ବନ ବିଭାଗ ପକ୍ଷରୁ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି ।
