ଗୋଆରେ ଘରେ ଘରେ ବୁଲି ପ୍ରଚାର କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ପାନାଜୀ : କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଗୋଆରେ ଦଳ ପାଇଁ ପ୍ରଚାର କରିଥିଲେ । ଦିନିକିଆ ଗୋଆ ଗସ୍ତରେ ଅମିତ ଶାହ ସଭା ଗୁଡିକୁ ସମ୍ୱୋଧିତ କରିବ ସହ ଘରେ ଘରେ ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଏହି ଅବସରରେ ଶାହ କଂଗ୍ରେସ ଦଳ ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ଶାହ କହିଥିଲେ, ରାହୁଲ ଗାନ୍ଧୀଙ୍କୁ ମୋଦୀ ଫୋବିଆ ହୋଇଛି ।
ପାନାଜୀରେ ଏକ ଜନସଭାକୁ ସମ୍ୱୋଧିତ କରି ଶାହ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ-ଫୋବିଆରେ ପୀଡିତ । ଗୋଆବାସୀଙ୍କୁ ବିଜେପି ଗୋଲ୍େଡନ ଗୋଆ ଏବଂ କଂଗ୍ରେସର ଗାନ୍ଧୀ ପରିବାରର ଗୋଆ ଭିତରୁ ଗୋଟିଏ ବାଛିବାକୁ ପଡିବ । ଅମିତ ଶାହ କଂଗ୍ରେସେକୁ ନିଶାନା କରି କହିଥିଲେ, ସେମାନଙ୍କୁ ବୁଲିବା ପାଇଁ ଏକ ପର୍ଯ୍ୟଟନ ସ୍ଥଳୀ ଦରକାର, ତାଙ୍କ ନେତା ଅଧିକ ଛୁଟିରେ ଯାଆନ୍ତି । କିନ୍ତୁ ଛୋଟ ରାଜ୍ୟର ବିକାଶ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱଧୀନ ସରକାର ପ୍ରଥମିକତା ବୋଲି ଶାହ କହିଛନ୍ତି । ସୂଚନାଯୋଗ୍ୟ ଆସନ୍ତା ଫେବ୍ରୁଆରୀ ୧୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ ଫଳଫଳ ପ୍ରକାଶ ପାଇବ ।
