ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଓଡ଼ିଶାରେ ପିଏମ୍ ସ୍ଵାମୀତ୍ୱ ଯୋଜନା କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅନୁରୋଧ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ପିଏମ୍ ସ୍ଵାମୀତ୍ୱ ଯୋଜନାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ୍ ସ୍ଵାମୀତ୍ୱ ଯୋଜନାକୁ ଓଡ଼ିଶାରେ ତ୍ବରାନ୍ବିତ କରିବା ପାଇଁ ଥିବା ଅନୁମତି ଗୁଡ଼ିକୁ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ ପିଏମ୍ ସ୍ଵାମୀତ୍ୱ ଯୋଜନା । ଯୋଜନାରୁ ମିଳୁଥିବା ବିଭିନ୍ନ ଲାଭ ସମ୍ପର୍କରେ ୫ଟି ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗାଁ ଲୋକମାନେ ନିଜ ସମ୍ପତ୍ତିକୁ ବ୍ୟବହାର କରି ଋଣ ଓ ଅନ୍ୟାନ୍ୟ ସୁବିଧା ନେଇପାରିବେ । ସଠିକ୍ ସମ୍ପତ୍ତି ଟିକସ ନିର୍ଦ୍ଧ।ରଣ ଦ୍ୱାରା ରାଜ୍ୟକୋଷକୁ ଲାଭ ହେବ । ଗ୍ରାମାଞ୍ଚଳର ବିକାଶ ପାଇଁ ଜମିର ସଠିକ୍ ତଥ୍ୟ ରହିବ । ସମ୍ପତ୍ତି ଜନିତ ବିବାଦ ହ୍ରାସ ହେବ । ଜିଆଇଏସ ମ୍ୟାପ୍ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ । ଯୋଜନାର ଲାଭକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ୱାର୍ଥ ଏବଂ ଦାରିଦ୍ର୍ୟ ମୁକାବିଲା, ଆତ୍ମନିର୍ଭର ଭାରତ ଓ ଗ୍ରାମ୍ୟ ସ୍ୱରାଜକୁ ସାକାର କରିବା ପାଇଁ ପିଏମ୍ ସ୍ଵାମୀତ୍ବ କାର୍ଯ୍ୟକୁ ଓଡିଶାରେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି ।
