ସମୁଦ୍ର କୂଳରେ ଲାଗିଛି ଅଜଣା ମୃତଦେହ
ଗଞ୍ଜାମ : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମପଞ୍ଚାୟତର ନିକଟବର୍ତ୍ତୀ ସମୂଦ୍ର କୂଳରେ ଏକ ଅଜଣା ମୃତଦେହ ଲାଗିଛି । ଏଯାବତ ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ସମୁଦ୍ରରେ ଭାସି ଆସି କୁଳରେ ଲାଗିଥିବା ନେଇ ସ୍ଥାନୀୟ ଲୋକେ କହୁଛନ୍ତି ।
ସୂଚନା ଯେ, ସୋମବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ କୂଳରେ ଲାଗିଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକ ଏହା ଦେଖି ଥାନାକୁ ଜଣାଇଥିଲେ । ଘଟଣା ବାବଦରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପରିପାର୍ଶ୍ଵିକ ସ୍ଥିତିକୁ ଦେଖି ତଦନ୍ତ ଜାରି ରଖିଛି ।
