ଅଭାବନୀୟ ଘଟଣା! କମେଣ୍ଟ ମାରିଲା ସ୍ୱାମୀ, ଜୀବନ ହାରିଦେଲେ ସ୍ତ୍ରୀ
ନୂଆଦିଲ୍ଲୀ : କର୍ଣ୍ଣାଟକରୁ ଆସିଛି ଏକ ଅଭାବନୀୟ ଘଟଣା | ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବାରମ୍ବାର ଅସୁନ୍ଦର କହି କମେଣ୍ଟ ମାରୁଥିଲେ । ଏହି କମେଣ୍ଟକୁ ସହି ନ ପାରି ଶେଷରେ ମହିଳା ଜଣଙ୍କ ଆତ୍ମହତ୍ୟା ଭଳି ଚମର ପଦକ୍ଷେପ ଆପଣାଇଛନ୍ତି। ସୋମବାର ଅପରାହ୍ନରେ କର୍ଣ୍ଣାଟକାର ଡିଜେ ହାଲ୍ଲୀ ଅଞ୍ଚଳରେ ଏପରି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନାଁ ଅନୀଶା। ସେ ତାଙ୍କ ସ୍ୱାମୀ ନିଜାମୁଦ୍ଦିନଙ୍କ ସହ ଏଠାରେ ରହୁଥିଲେ। ତେବେ ଅନୀଶା ଅସୁନ୍ଦର ହୋଇଥିବା ବୋଲି ସବୁବେଳେ ନିଜାମୁଦ୍ଦିନ ତାଙ୍କୁ କମେଣ୍ଟ କରୁଥିଲେ। ଯାହା ଦ୍ୱାରା ସୋମବାର ଅପରାହ୍ନ ସମୟରେ ମଧ୍ୟ ସେ ଅନୀଶାଙ୍କୁ ଅସୁନ୍ଦରତା ପାଇଁ ଅନେକ କଥା କହିଥିଲେ । ଏହା ତାଙ୍କୁ ଖୁବ କଷ୍ଟ ଦେଇଥିଲା | ଶେଷରେ ଏହାକୁ ସହି ନ ପାରେ ଅନୀଶା ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ।
ଘର ଭିତରେ ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିବା ସହ ଅନୀଶାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରୀ ତାଙ୍କୁ ବଞ୍ଚେଇପାରିନଥିଲେ | ସେଠାରେ ତାଙ୍କର ମୄତ ବୋଲି ଘୋଷଣା କରିଥିଲେ | ଘଟଣାରେ ଅନୀଶାଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ନିଜାମୁଦ୍ଦିନଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି ।
