ତିରୁପତିରେ ଭକ୍ତଙ୍କ ଅସମ୍ଭାଳ ଭିଡ଼: ୪୮ ଘଣ୍ଟାପରେ ମିଳୁଛି ଦର୍ଶନ
ନୂଆଦିଲ୍ଲୀ : ବିଗତ ଦୁଇଦିନ ଧରି ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଦୀର୍ଘ ୪୮ ଘଣ୍ଟାର ପରିଶ୍ରମ ପରେ ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କର ଦର୍ଶନ ପାଇବାରେ ଭକ୍ତମାନେ ସଫଳ ହେଉଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏକ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ବୋଲି ଟିଟିଡି (ତିରୁପତି ତିରୁମାଲା ଦେବସ୍ଥାନମ) ବୋର୍ଡ ପକ୍ଷରୁ କୁହାଯାଇଛି ।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ବତର ପାଦଦେଶରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ବ୍ରହ୍ମୋତ୍ସବମ୍, ବୈକୁଣ୍ଠ ଏକାଦଶୀ ଓ ଗରୁଡ ସେବା ପାଇଁ ଭକ୍ତମାନେ ପ୍ରବଳ ସଂଖ୍ୟାରେ ଏଠାକୁ ଆସୁଛନ୍ତି ।
