ଯୁଦ୍ଧ ବେଳେ ଦେଶ ଛାଡି଼ ପଳାୟନ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି!
ନୂଆଦିଲ୍ଲୀ: ଯୁଦ୍ଧ ଜାରି ରହିଥିବା ବେଳେ ଦେଶ ଛାଡି଼ ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି! ବର୍ତ୍ତମାନର ସଂକଟ ସମୟରେ ଏଭଳି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ଋଷୀୟ ସଂସଦ ବାଚସ୍ପତି। ଏନେଇ ସେ କହିଛନ୍ତି ରାଷ୍ଟ୍ରପତି ୟୁକ୍ରେନ ଛାଡ଼ିବା ପରେ ପୋଲାଣ୍ଡ ଅଭିମୁଖେ ପଳାୟନ କରିଛନ୍ତି। ଏହା ପରେ ଆଶା କରାଯାଉଛି ଯେ ବର୍ତ୍ତମାନ ୟୁକ୍ରେନ ରାଜଧାନୀ କୀୱ ଉପରେ କୌଣସି ବଡ଼ ଧରଣର ଆକ୍ରମଣ ହୋଇନପାରେ।
ଋଷିଆ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କରଣରୁ ରାଜଧାନୀ କୀୱ ଉପରେ ସଂକଟର କଲାବାଦଲ ମାଡି଼ ଆସିଥିଲା। ଏଭଳି ପରିସ୍ଥିତିରେ ଭୋଲଡିମିର୍ ଜେଲେନସ୍କି ଦେଶ ଛାଡିବା ପରେ ଆଶା କରାଯାଉଛି ଯେ ବର୍ତ୍ତମାନ କୀୱ ଉପରେ କୌଣସି ଆକ୍ରମଣ ହେବ ନାହିଁ। ଏହି ଯୁଦ୍ଧକୁ ୯ ଦିନ ପୂରଣ ହୋଇଯିବା ପରେ ଋଷୀୟ ସୈନ୍ୟବାହିନୀ ୟୁକ୍ରେନ ରାଜଧାନୀ କୀୱ ସହରକୁ ଘେରାବନ୍ଦୀ କରି ରଖିଛି।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ତୃତୀୟ ଦିନରେ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି କୀୱ ଛାଡ଼ି ପଳାୟନ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ନିଜେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ଦେଶରେ ରାଜଧାନୀ କୀୱରେ ରହିବା ସହ ଦେଶକୁ ରକ୍ଷା କରୁଛନ୍ତି। ଦେଶ ଛାଡି ପଳାୟନ କରିବା ଖବରକୁ ଖଣ୍ଡନ କରି ରାଷ୍ଟ୍ରପତି କହିଥିଲେ ଯେ ଆମେ ଦେଶକୁ ରକ୍ଷା କରୁଛୁ। ଏହି ଭିଡିଓ ମାଧ୍ୟମରେ ସେ ତାଙ୍କ ପରାମର୍ଶଦାତା ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀଙ୍କ ନଜର ଆସିଥିଲେ।
