ୟୁଜିସି ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ କେବଳ ଅଫଲାଇନ୍ କ୍ଲାସ କରିବାକୁ ଅନୁମତି ଦେବ
ନୂଆଦିଲ୍ଲୀ : ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ପ୍ରଫେସର ପ୍ର. ଏମ. ଜଗଦ୍ଦୀଶ କୁମାର ଗୁରୁବାର କହିଛନ୍ତି ଯେ, ଭାରତରେ ଶାଖା ଖୋଲୁଥିବା ସମସ୍ତ ବିଦେଶୀ ବିଶ୍ୱବିଦ୍ୟାଳୟକୁ କେବଳ ଅଫଲାଇନ କ୍ଲାସ କରିବାକୁ ଅନୁମତି ଦିଆଯିବ । ପ୍ର. ଜଗଦ୍ଦୀଶ କୁମାର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତା କରିବା ବେଳେ ଏହା ସ୍ପଷ୍ଟ କରିଛନ୍ତି ଯେ, ୟୁଜିସି ଅନୁମୋଦନ ବିନା କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ ଏହାର କ୍ୟାମ୍ପସ ଖୋଲିବାକୁ ଦିଆଯିବ ନାହିଁ । ସେ କହିଛନ୍ତି ଯେ, ଭାରତରେ କ୍ୟାମ୍ପସ ସ୍ଥାପନ ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ୟୁଜିସି ଅନୁମୋଦନ ଆବଶ୍ୟକ କରିବେ । ପ୍ରାରମ୍ଭିକ ଅନୁମୋଦନ ୧୦ ବର୍ଷ ପାଇଁ ହେବ ।
