ଆମେରିକାର ଏୟାର ଷ୍ଟ୍ରାଇକ୍ : ୫୭୨ ତାଲିବାନ ଆତଙ୍କୀ ମୃତ, ୩୦୯ ଆହତ!
କାବୁଲ : ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନର ଆତଙ୍କରାଜ ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ବି ୟୁଏସ ତାଲିବାନର ଆତଙ୍କକୁ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ । ଫଳରେ ରବିବାର ସନ୍ଧ୍ୟା ସମୟରେ ୟୁଏସର ଲଢୁଆ ବିମାନ ବି-୫୨ ବମ୍ବରରୁ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ୟୁଏସ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ତାଲିବାନ ଠିକଣାରେ ବୋମା ବର୍ଷଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୧୦୦ରୁ ଅଧିକ ଯାନବାହାନ ଓ ଗୋଳାବାରୁଦକୁ ନଷ୍ଟ କରାଯାଇଛି ।
ମାତ୍ର ଆଫଗାନ ସେନାର କହିବାନୁସାରେ, ଗତ ୨୪ ଘଣ୍ଟାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୩୦୯ଜଣ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଷ୍ଟ୍ରାଇକର ଭିଡିଓ ଜାରି କରିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୟୁଏସ ବି-୫୨ ବିମାନରୁ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ବୋମା ବର୍ଷଣ କରୁଛି । ନାଙ୍ଗରହାର, ଲଘମନ, ମଜନୀ, ପକାତିୟା, ପକାତିକା, କାନ୍ଦହାର, ଉରଜଗନ, ହେରାତ, ଫାରହା, ଜାବଜାନ, ନିମରୁଜ, ତାଖର ଆଦି ଅଞ୍ଚଳରେ ସେନା ଅପରେସନ କରିଥିଲା । ୨୪ ଘଣ୍ଟା ଧରି ଅପରେସନ ଚାଲିଥିଲା ।
