ସ୍କୁଟିରୁ ପଡ଼ି ଦୁଇ ଯୁବକ ଗୁରୁତର, ଡାକ୍ତରଖାନା ରେ ଭର୍ତ୍ତି
ବସ୍ତା : ବସ୍ତା ଥାନା କୁଣ୍ଡପୁର ପେଟ୍ରୋଲ ପମ୍ପ ନିକଟରେ ସ୍କୁଟିରୁ ପଡ଼ି ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ଯୁବକ ଦ୍ୱୟ ଏହି ଥାନା ବାଉଁଶମୁଖା ଗ୍ରାମର ମାନସ ମହାନ୍ତି ଓ ଅନ୍ୟ ଜଣେ ସେହି ଗ୍ରାମର ରାଜେଶ କୁମାର ବାରିକ ବୋଲି ପ୍ରାଥମିକ ତଦନ୍ତରୁଜଣା ଯାଇଛି ।
ଉକ୍ତ ଯୁବକ ଦ୍ୱୟ ରବିବାର ଅପରାହ୍ନ ୪ଟା ସମୟରେ କୌଣସି କାମରେ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଁଙ୍ଗ ଅଧିକାରୀ ଓ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ । ଏଥି ସହିତ ଦୁର୍ଘଟଣା ଗ୍ରସ୍ତ ସ୍କୁଟି (ନଂ. ଓଡ଼ି୦୧ଏଏନ୍-୧୬୫୬)କୁ ପୋଲିସ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।
