ପାକିସ୍ତାନର ସିନ୍ଧରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା : ୩୦ରୁ ଅଧିକ ମୃତ, ଅନେକ ଆହତ
ପାକିସ୍ତାନ : ସୋମବାର ସକାଳେ ପଡୋଶୀ ଦେଶ ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡାହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମଧ୍ୟରେ ଧକ୍କାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ।
ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିବା ସାର୍ ସୟେଦ୍ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେବାରୁ କରାଚିରୁ ସାର୍ଗୋଧା ଆସୁଥିବା ମିଲତ୍ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହୋଇଗଲା। ଫଳତଃ ମିଲତ୍ ଏକ୍ସପ୍ରେସ୍ର ବଗି ସବୁ ଓଲଟି ପଡ଼ିଲା। ଘୋତକି ଡେପୁଟି କମିସନର୍ ଉସ୍ମାନ୍ ଅବ୍ଦୁଲ୍ଲା କହିଛନ୍ତି, ଅନ୍ୟୂନ ୩୦ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍ର ବଗିମାନଙ୍କରେ ଏବେ ମଧ୍ୟ ଅନେକ ଯାତ୍ରୀ ଫସି ରହିଛନ୍ତି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ହଠାତ୍ ଜଣାପଡ଼ିନାହିଁ। ଘୋଟକି ନିକଟରେ ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମୁହାଁମୁହିଁ ହୋଇଥିଲେ । ଫଳରେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ୫୦ ଜଣ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ମାତ୍ରା ଏତେ ଭୟାବହ ଏତେ ଥିଲା ଯେ, ମିଲାଟ ଏକ୍ସପ୍ରେସର ୮ଟି ବଗି ଲାଇନ ଚ୍ୟୁତ ହୋଇଥିଲା । ପାଖାପାଖି ଭୋର ୩.୪୫ରେ ଘଟିଛି ଏହି ଗୁର୍ଘଟଣା । ଆଗକୁ ମତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।


