ତାଇକଣ୍ଡ ପ୍ରତିଯୋଗୀତାରେ ରୌପ୍ୟ ଓ ବ୍ରୋଞ୍ଚ ପଦକ ହାସଲ କଲେ ଦୁଇ ଛାତ୍ର
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ଦେହୁର୍ଦ୍ଦା ସ୍ଥିତ ଦେବ ଇଣ୍ଟରନେସନାଲ ସ୍କୁଲର ଦୁଇ ଛାତ୍ର କଲକାତାରେ ଖେଳା ଯାଇଥିବା ଇଣ୍ଟରନ୍ୟାସନାଲ ତାଇକଣ୍ଡ ପ୍ରତିଯୋଗୀତାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଲାଭ କରି ରୌପ୍ୟ ଓ ବ୍ରୋଞ୍ଚ ପଦକ ହାସଲ କରିଥିବାର ସୂଚନା ମିଳିଛି । ଏହି ସ୍କୁଲର ଷ୍ଟାଣ୍ଡଶର୍ଡ଼ ଥ୍ରୀର ଛାତ୍ର ଅଭିରୂପ ଗିରି ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ପକ୍କା କରି ରୌପ୍ୟ ପଦକ ଓ ଷ୍ଟାଣ୍ଡାର୍ଡ଼ ସେଭେନ୍ର ଛାତ୍ର ସମ୍ବିତ କୁମାର ବେହେରା ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଚ ପଦକ ପାଇବାର ଗୌରବ ଅର୍ଜନ କରିଛନ୍ତି । ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଭୋଗରାଇର ଏହି ଦୁଇଛାତ୍ର ଦୁଇ ପଦକ ହାସଲ କରିଥିବାରୁ ସ୍କୁଲର ପ୍ରିନ୍ସପାଲ ଦେବାଶିଷ ବିଶ୍ୱାସ, କୋଚ୍ ପ୍ରଫୁଲ୍ଲ ମାସନ୍ତ ଓ ଶିକ୍ଷିକାଶିକ୍ଷକ, ଅଭିଭାବକମାନେ ଆନନ୍ଦ ପ୍ରକାଶ କରିଛନ୍ତି ।
