କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ ଇଣ୍ଡିଆନ୍ ଗ୍ରାଁ ପ୍ରିର ଦୁଇଟି ଚରଣ
ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ଦୁନିଆ ପାଇଁ ଆଉ ଏକ ଖୁସି ଖବର ଆସିଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ଏବଂ ଓଡ଼ିଶା ଦୌଡକୁଦ ସଂଘ (ଓଏଏ) ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଁ ପ୍ରିର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ।
? BIG ANNOUNCEMENT
— Odisha Sports (@sports_odisha) May 7, 2022
The Government of #Odisha alongwith Athletics Federation of India and Odisha Athletics Association will conduct the Indian Grand Prix 3 and Indian Grand Prix 4 at #Bhubaneswar on 21st May 2022 and 24th May 2022 respectively.
Stay tuned for more info! pic.twitter.com/AyQU4ox4XK
ଆସନ୍ତା ମଇ ୨୧ ତାରିଖରେ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଏବଂ ମଇ ୨୪ରେ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଟ୍ବିଟର୍ ଆକାଉଣ୍ଟ୍ ଓଡ଼ିଶା ସ୍ପୋର୍ଟସ ସୂଚନା ଦେଇଛି। ଏହି ଦୁଇ ବଡ଼ ପ୍ରତିଯୋଗିତାରେ ଦୁଇ ଥର ଅଲିମ୍ପିକ୍ସ ପ୍ରତିନିଧିତ୍ବ କରିଥିବା ଦୂତି ଚାନ୍ଦଙ୍କ ସହ ଆଉ କିଛି ରାଜ୍ୟ ଖେଳାଳିଙ୍କ ଅଂଶଗ୍ରହଣର ସମ୍ଭାବନା ରହିଛି।
