ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ରେଞ୍ଜ ଖଜୁରୀପଡ଼ା ବଲସକୁମ୍ପା ଗେଡ୍ରିପାଜୁ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଗିରଫ । ଏହାପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯେ, ପ୍ରତିଦିନ ପରେ ବନବିଭାଗ ଟିମ୍ ପାଟ୍ରୋଲିଂ କରୁଥିଲା । ଠିକ୍ ଏହି ସମୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ଖଜୁରିପଡା ଥାନା ବଡଭୁଇଁ ସିକେରିଖୋଲ ଗାଁର ଦୟାନିଧି କଁହର ଓ ଆଡାସିପଡା ପଞ୍ଚାୟତ ଡମପିଡ଼ିଆ ଗାଁର ସୁବଳ କଁହର ବୋଲି ଜଣାପଡିଛି। ବିସିପଡା ସେକ୍ସନ ଫରେଷ୍ଟର ଆସିକ ଦିଗାଲଙ୍କ ନେତୃତ୍ୱରେ ବଲସ କୁମ୍ପା ଫରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ପାଢ଼ୀ, ବିସିପଡା ଫରେଷ୍ଟ ଗାର୍ଡ ସୂର୍ଯ୍ୟକାନ୍ତି ବେହେରା, ଫାୟାର ସ୍କ୍ୱାର୍ଡ ଅଜିତ କୁମାର ଦଳବେହେରା ଏବଂ ପ୍ଲାଣ୍ଟେସନ ୱାଚର ଚୈତନ୍ୟ ଭୋଇ ଏହି ଚଢ଼ାଉରେ ସାମିଲ ଥିଲେ l ଜଙ୍ଗଲ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ବନ ଅଧିକାରୀ କହିଛନ୍ତି ।
