ଓଡ଼ିଶାର ଦୁଇ ଜଣ ଶିକ୍ଷକ ‘ଜାତୀୟ ପୁରସ୍କାର’ ପାଇବାକୁ ଯୋଗ୍ୟ ବିବେଚିତ
ନୂଆଦିଲ୍ଲୀ : ଚଳିତବର୍ଷ ଓଡ଼ିଶାର ଦୁଇ ଜଣ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ।
ଶଶିଶେଖର କରଶର୍ମା ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ । ସେହିପରି ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ଅଭିନବ ଉପାୟରେ ଶିକ୍ଷାଦାନରେ ଉତ୍କର୍ଷତା ହାସଲ ସହ ଓ ସ୍କୁଲ୍ ଡ୍ରପ୍ ଆଉଟ ହ୍ରାସ କରିବାରେ ସହାୟକ ହୋଇଥିବାରୁ ଏହି ଦୁଇ ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩ । ସୂଚନା ଯେ, ଆସନ୍ତା ମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୫୦ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ।
