ଦୁଇ ସାଇବର ଲୁଟେରା ଗିରଫ
ମାଲକାନଗିର : ମାଲକାନଗିରି ଜିଲ୍ଲା ପୁଲିସ ୨ ଜଣ ସାଇବର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଦୁଇ ଅଭିଯୁକ୍ତ ଲୋକଙ୍କୁ ଲଟେରି ଜିତି ଲକ୍ଷପତି ହୋଇଛନ୍ତି କହି କୌଶଳ କ୍ରମେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଦୁଇଭାଇ । ସେମାନଙ୍କ ନାମ ପ୍ରଦୀପ ଦେହୁରୀ ଏବଂ କୈଳାଶ ଦେହୁରୀ । ବିଭିନ୍ନ ଥାନା ଅଂଚଳରେ ଏହି ସାଇବର ଲୁଟେରାମାନେ ଲୋକଙ୍କୁ ଠକି ଟଂକା ଲୁଟି ନେଇଥିବା ପୁଲିସ କହିଛି ।
