ନାଳ କଡ଼ରୁ ୨ ମୃତଦେହ ଓ ଶିଶୁ ଖପୁରୀ ଉଦ୍ଧାର
ସୁନ୍ଦରଗଡ଼ : ଜାମଝରିଆ ନାଳ କଡ଼ରୁ ୨ ମୃତଦେହ ଓ ଶିଶୁ ଖପୁରୀ ଉଦ୍ଧାର । ସୁନ୍ଦରଗଡ଼ ଜିଲା ହେମଗିର ଥାନା ବଡ଼ଘୁମୁଡା ସଂରକ୍ଷିତ ଜଙ୍ଗଲର ଜାମଝରିଆ ନାଳ କଡ଼ରୁ ୨ଟି ଅଚିହ୍ନା ଯୁବକଙ୍କ ମୃତ ଦେହ ସହ ଏକ ଶିଶୁର ଖପୁରି ଉଦ୍ଧାର ହୋଇଛି । ଗୋଟିଏ ମୃତଦେହ ଗଛ ଡାଳରେ ଝୁଲୁଥିବା ବେଳେ ଅନ୍ୟଟି ପ୍ଲାଷ୍ଟିକ ମଶିଣାରେ ଗୁଡ଼ାଯାଇ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଏହାର ଅନତି ଦୂର ମୁଖ୍ୟରାସ୍ତାରୁ ପ୍ରାୟ ଶହେ ମିଟର ନାଳକଡ଼ ଜଙ୍ଗଲ ମଧ୍ୟରେ ଏକ ଗାତରେ ଶିଶୁର ଖପୁରି ପଡିଥିବା ଦେଖିବାକୁ ମିଳିଛି।
