ତେଲେଙ୍ଗାନା ଏକ୍ସପ୍ରେସରୁ ମିଳିଲା ଅସ୍ତ୍ରଶସ୍ତ୍ର ଭର୍ତ୍ତି ୨ଟି ବ୍ୟାଗ୍
ହାଇଦ୍ରାବାଦ : ତେଲେଙ୍ଗାନା ଏକ୍ସପ୍ରେସ୍ ଟ୍ରେନ୍ରୁ ମିଳିଲା ଅସ୍ତ୍ରଶସ୍ତ୍ର ଭର୍ତ୍ତି ୨ଟି ବ୍ୟାଗ୍ । ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ବ୍ୟାଗ୍କୁ ଜବତ କରିଛି । ବ୍ୟାଗ୍ରୁ ୫ଟି ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି ।
ସୂଚନା ଯେ, ତେଲେଙ୍ଗାନା ଏକ୍ସପ୍ରେସ୍ ଜମ୍ମୁ ଅଭିମୁଖେ ଯାଉଥିଲେ । ଟ୍ରେନ୍ର ଜେନେରାଲ କୋଚ୍ରେ ଏକ ବ୍ୟାଗ୍ ଥିବାର ଦେଖିବାକୁ ମିଳିଥିଲେ । ବହୁ ସମୟ ଧରି ବ୍ୟାଗ୍କୁ କେହି ନନେବାରୁ ଅଧିକ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ତୁରନ୍ତ ରେଳବାଇ ପୋଲିସକୁ ଖବର ଦିଆଯାଇଥିଲା । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ୍କୁ ଜବତ କରିଛି । ବ୍ୟାଗ୍କୁ ଜବତ ପରେ ଛାନ୍ଭିନ୍ କରିଥିଲା ପୋଲିସ ।ତେବେ ଜବତ ବ୍ୟାଗ୍ରୁ ୫ଟି ବନ୍ଧୁକ ଓ ୨୩ଟି ଖୋକା ଜବତ ହୋଇଛି । ଏହାସହିତ ବ୍ୟାଗ୍ରୁ ମୋବାଇଲ୍, ବନ୍ଧୁକ ଲାଇସେନ୍ସ ଓ ସିକ୍ୟୁରିଟି ଆଇକାର୍ଡ ମଧ୍ୟ ଜବତ ହୋଇଛି । ଏଥିରେ ୨ଜଣଙ୍କ ନାଁ ରହିଛି । ସେପଟେ ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି ଜିଆର୍ପି । ମାମଲାର ଛାନ୍ଭିନ୍ ଜାରି ରଖିଛି । ଅଜ୍ଞାତ ଲୋକଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି ଜିଆର୍ପି ।
