ଶୀତଦିନେ ଥଣ୍ଡା କଫରୁ ମୁକ୍ତିଦେବ ହଳଦୀ କ୍ଷୀର, ଜାଣନ୍ତୁ କେମିତି କରିବେ ବ୍ୟବହାର
ହଳଦୀ ଆଣ୍ଟିଅକ୍ସିଡାଣ୍ଟ ଧାରଣ ପାଇଁ ଜଣାଶୁଣା ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ହଳଦୀରେ ରହିଛି । ଖାସ୍ ସେଥିପାଇଁ ହଳଦୀ ମିଶା କ୍ଷୀର ପିଇଲେ ଶରୀରକୁ ସୁସ୍ଥତା ଅନୁଭବ ହୁଏ। କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ତାହା ନୁହେଁ ବରଂ ଆପଣଙ୍କ ଶରୀରରେ ଥିବା ଅନେକ ଗମ୍ଭୀର ରୋଗକୁ ମଧ୍ୟ ଏହା ଆଖି ପିଛୁଳାକେ ଭଲ କରିଦେଇଥାଏ। ଥଣ୍ଡାଦିନେ କାଶ ଓ କଫ ଦୂର କରିବାକୁ ହଳଦୀ ମିଶା କ୍ଷୀର ଏକ ରାମବାଣ ସଦୃଶ….
ରାତି ସମୟରେ ଏମିତି କିଛି ଅଭ୍ୟାସ ଯାହା ଆପଣଙ୍କ ପାଇଁ ଖରାପ ସାବ୍ୟସ୍ତ ହୋଇପାରେ। ସେଥିପାଇଁ ରାତି ସମୟରେ ଖାଦ୍ୟ ଓ ପାନୀୟକୁ ଜଗିବା ଜରୁରୀ। ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସମୟରେ ଖାଇବା ସମୟରେ ଶୋଇବା ପାଇଁ ପରାମର୍ଶ ଦିଅନ୍ତି। ବିଶେଷଜ୍ଞଙ୍କ କହିବା କଥା ରାତିରେ ସଠିକ ସମୟରେ ଶୋଇବା ସଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥ ରୁହେ । ମାତ୍ର ପୁଷ୍ଟିକର ଖାଦ୍ୟ ପେୟ ମଧ୍ୟରେ ହଳଦୀ ମିଶା କ୍ଷୀର ପିଇବାକୁ ବିଶେଷଜ୍ଞ ମାନେ ବହୁତ ସମୟରେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ କୁହନ୍ତି ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ଶରୀର ସୁସ୍ଥ ରୁହେ ଓ ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ।
ଥଣ୍ଡା ଦିନେ ହଳଦୀ ମିଶା କ୍ଷୀର ପିଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। କ୍ଷୀରରେ ଗୋଟିଏ ଚୁଟକି ହଳଦୀ ପକାଇ ପିଇଲେ ଏହା ଆପଣଙ୍କ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ତାହା ନୁହେଁ ବରଂ ଆପଣଙ୍କ ଶରୀରରେ ଥିବା ଅନେକ ଗମ୍ଭୀର ରୋଗକୁ ମଧ୍ୟ ଏହା ଆଖି ପିଛୁଳାକେ ଭଲ କରିଦେଇଥାଏ। ଥଣ୍ଡାଦିନେ କାଶ ଓ କଫ ଦୂର କରିବାକୁ ହଳଦୀ ମିଶା କ୍ଷୀର ଏକ ରାମବାଣ ସଦୃଶ। କାରଣ ହଳଦୀରେ ଥାଏ ଆଣ୍ଟି ଭାଇରାଲ ଓ ଆଣ୍ଟିବ୍ୟାକ୍ଟିରିଆଲ ଗୁଣ। ଯାହା ଶରୀରରେ ଥିବା ରୋଗ ସହ ଲଢିବାରେ ବିଶେଷ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟି ଇନଫ୍ଲାମେଟୋରୀ ଗୁଣ କଫ ଏବଂ ସର୍ଦ୍ଧି ହେବାକୁ ରୋକିଥାଏ।
ହଳଦୀ ମିଶା କ୍ଷୀରକୁ ଗୋଲ୍ଡେନ ମିଲ୍କ ବୋଲି କୁହାଯାଏ। କ୍ଷୀରରେ ହଳଦୀ ସହ ଡାଲଚିନି ଓ ଅଦା ମିଶାଇ ମଧ୍ୟ ପିଇପାରିବେ । ଏହା ସ୍ୱାଦକୁ ବଢାଇବା ସହ ରୋଗ ସହ ଲଢିବାର ଶକ୍ତି ରଖିଥାଏ। ଯେତେବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ସେତେବେଳେ ଶରୀରରେ କୌଣସ ରୋଗ ପ୍ରବେଶ କରିବାର ବାଟ ନଥାଏ। ସେଥିପାଇଁ ଶରୀରରୁ ରୋଗ ଦୂରେଇ ରଖିବାକୁ ହେଲେ ନିୟମିତ ହଳଦୀ ମିଶା କ୍ଷୀର ପିଇବା ଜରୁରୀ। ହଳଦୀ ମିଶା କ୍ଷୀରର ବ୍ୟବହାର ଆପଣଙ୍କୁ ଗଣ୍ଠିବାତ ରୋଗରୁ ମୁକ୍ତ କରିକି ରଖିବ। ହଳଦୀ କ୍ଷୀର ପିଇବାର ଅଭ୍ୟାସ ଆପଣଙ୍କୁ କ୍ରୋନିକ୍ ସମସ୍ୟା ଏବଂ ଆର୍ଥ୍ରାଇଟିସ୍ ପରି ଯନ୍ତ୍ରଣାରୁ ରକ୍ଷା କରିବାରେ ସହାୟକ ହୋଇପାରେ । ହଳଦୀରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆପଣଙ୍କୁ ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ସେହିପରି ଡାଏବେଟିସ ରୋଗୀଙ୍କ ପାଇଁ ହଳଦୀ ମିଶା କ୍ଷୀର ସଞ୍ଜିବନୀ ସଦୃଶ। ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ । ଗୋଲ୍ଡେନ କ୍ଷୀରରେ ଥିବା ଉପାଦାନଗୁଡ଼ିକ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେହିପରି ହଳଦୀ କ୍ଷୀରରେ ଚିନାବାଦାମ ମିଶାଇ ଏହାର ରୋଗକୁ ହରାଇବାର ଶକ୍ତିକୁ ଆହୁରି ବୃଦ୍ଧି କରିଦେଇଥାଏ। ପ୍ରତିଦିନ ଏକରୁ ୬ ଗ୍ରାମ ଚିନାବାଦାମ ଖାଲିପେଟରେ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତରକୁ ୨୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ । ଏଥିସହ ଚିନାବାଦାମ ଇନସୁଲିନ୍ ପ୍ରତିରୋଧକୁ ମଧ୍ୟ ହ୍ରାସ କରିଥାଏ । ହଳଦୀ ମିଶା କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଆମ ଦେଶ ଭାରତରେ ଥଣ୍ଡା ଓ ସର୍ଦ୍ଦିରୁ ବର୍ତ୍ତିବା ପାଇଁ ଘରୋଇ ଉପଚାର ଭାବେ ହଳଦୀ ମିଶା କ୍ଷୀରକୁ ବ୍ୟବହାର କରାଯାଏ।
