ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ୪ ମୃତ, ୨ ଆହତ
ନୂଆଦିଲ୍ଲୀ : ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଅଘଟଣ । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଙ୍ଗଳବାର ବିଳମ୍ବିତ ରାତିରେ ରୋଡ଼ ଡିଭାଇଡର ଉପରେ ଚଢ଼ିଗଲା । ଫଳରେ ଡିଭାଇଡର ଉପରେ ଶୋଇଥିବା ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଡିଟିସି ଡିପୋ ରେଡ୍ ଲାଇଟ୍ ଅତିକ୍ରମ କରୁଥିବାବେଳେ ଟ୍ରକ୍ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ୧ଟା ୫୧ମିନିଟ ସମୟରେ ଘଟିଥିବା ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।
ଦିଲ୍ଲୀ ପୋଲିସର ସୂଚନାନୁସାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଦୁଇ ଆହତଙ୍କ ଚିକିତ୍ସା ଚାଲିଛି। ପୋଲିସ ଏକ ମାମଲା ରୁଜୁ କରି ପରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଖୋଜିବା ପାଇଁ ଅନେକ ଟିମ୍ ଗଠନ କରିଛି। ମୃତକମାନେ ହେଲେ କରିମ (୫୨), ରାହୁଲ (୪୫), ଶାହ ଆଲାମ (୩୮) ଓ ଛୋଟେ ଖାନ (୨୫) ବୋଲି ଜଣାପଡିଛି।
