ଟ୍ରକ-କାର ଧକ୍କା, ୫ ମୃତ,୨ ଗୁରୁତର
ଗାଜିୟାବାଦ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ କାର-ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ଶିଶୁ,୨ ମହିଳାଙ୍କ ମଧ୍ୟ ରହିଛନ୍ତି।
ସୂଚନା ଯେ, ଏହି ଦୁର୍ଘଟଣା ହରିଦ୍ୱାର ଠାରୁ ଗାଜିୟାବାଦ ରାସ୍ତାରେ ଘଟିଛି। କାରରେ ଗୋଟିଏ ପରିବାର ଲୋକେ ଯାତ୍ରା କରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ମକନପୁର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଉକ୍ତ ପରିବାର ପିଲାମାନଙ୍କୁ ମୁଣ୍ଡନ (କେଶ ପକାଇବା) କରି କାରରେ ଫେରୁଥିବା ସମୟରେ ବିଳମ୍ବିତ ରାତି ୧ଟାରେ ମସୁରୀ ଥାନା ଅନ୍ତର୍ଗତ ଦିଲ୍ଲୀ ମେରଠ ଏକ୍ସପ୍ରେସୱେରେ ଭୁଲ ଦିଗରେ ଯାଉଥିବା ଟ୍ରକ ସହ କାରର ଧକ୍କା ହୋଇଥିଲା। କାରରେ ଗୋଟିଏ ପରିବାରର ୭ ଜଣ ଯାତ୍ରା କରୁଥିଲେ। ସଭିଏଁ ଗାଜିୟାବାଦର ମକରପୁରର ଗାଁର ବାସିନ୍ଦା। ମୃତକଙ୍କ ପରିବାରକୁ ଦୁର୍ଘଟଣା ବିଷୟରେ ପୋଲିସ ଖବର ଦେବା ପରେ ଶୋକର ଛାୟା ଖେଳିଯାଇଛି।
