ଜନ୍ମଜୟନ୍ତୀରେ ନାଟ୍ୟକାର ରାମଚନ୍ଦ୍ରଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି
ଦଶପଲ୍ଲା : ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୨ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଇତ୍ଯବସରରେ ବିଧାୟକ ରମେଶଚନ୍ଦ୍ର ବେହେରା ଯୋଗଦେଇ ଦଶପଲ୍ଲା ଏନଏସିର ମହାବୀର କ୍ଷେତ୍ରରେ ଅବସ୍ଥିତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଆଡଭୋକେଟ ଗୌରଚନ୍ଦ୍ର ମିଶ୍ର, କମ୍ରେଡ଼ ଶରତଚନ୍ଦ୍ର ବେହେରା, କାଉନସିଲର ସରୋଜ କୁମାର ସାହୁଙ୍କୁ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ନାଟ୍ୟକାର ରାମଚନ୍ଦ୍ରଙ୍କ ବହୁମୁଖୀ ଗୁଣାବଳୀର ସ୍ମୁତିଚାରଣ କରିଥିଲେ।
