ଆଦିବାସୀ ପର୍ବ ନେଣ୍ଡା ସହରାୟ ପାଳିତ
କଟକ : ବାବା ପିଲଚୁ ଯୁବକ ସଂଘ ବାଲ୍ମିକୀ ନଗର ସିଡିଏ ସେକ୍ଟର-୧୩ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନେଣ୍ଡା ସହରାୟ ଉତ୍ସବ ପାଳିତ ହୋଇଯାଇଛି । ଏହାର ମୁଖ୍ୟ ଆକର୍ଷଣ ଠାବୁଲ ତାମସା କାର୍ଯ୍ୟକ୍ରମରେ ଶହ ଶହ ପୁରୁଷ ଓ ମହିଳା ପାରମ୍ପରିକ ବେଶ ପୋଷାକ ଯଥା, କାଚ୍ଚା, ପେଣେ ପିନ୍ଧି ଡାକ, ତୁମଦା, ଟମାକ , ଚଡଚଡି, ନେପୁର, ଘଣ୍ଟା ଆଦି ବାଦ୍ୟର ତାଳେ ତାଳେ ସମୂହ ନୃତ୍ୟ କରିଥିଲେ । ଏହି ଉଦଯାପନୀ ଉତ୍ସବରେ ବାରବାଟି-କଟକ ବିଧାୟକ ଇଂ ମହମ୍ମଦ ମୋକିମ, ମୁଖ୍ୟବକ୍ତା ଭାବେ ଉପ ମେୟର ଦମୟନ୍ତୀ ମାଝି, ସମ୍ମାନିତ ଅତିଥି ଗିରିବାଳା ବେହେରା, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ, ପ୍ରଦୋଷ କୁମାର ଦାସ ଓ ଶୈଳବାଳା ଦାସ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ସୋରେନ, ସଂପାଦକ ସୋମନାଥ ମାଣ୍ଡି, ସଭାପତି ସୁବାସ କିସ୍କୁ, ଗ୍ରାମ ମୁରବି ଉତ୍ତମ ହାଁସଦା, ରାମଚନ୍ଦ୍ର ଟୁଡୁ ଏବଂ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।
