ଆଜି ପୁରୀ-ତାଳଚେର ରୋଡ ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ
ପୁରୀ : ଆଜି ପୁରୀ-ତାଳଚେର ରୋଡ ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ସୋମବାର ଦିନ ୯ଟାରେ ପୁରୀରୁ ଗଡ଼ିବ ଟ୍ରେନ । ଦିନ ୧୨ଟା ସୁଦ୍ଧା ତାଳଚେର ରୋଡ ଷ୍ଟେସନରେ ପହଞ୍ଚିବ । ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ୨ ମିନିଟ ଲେଖାଏ ଏହି ଟ୍ରେନ ରହିବ ବୋଲି ଜଣାପଡିଛି ।
ସୂଚନା ଯେ, ପୂର୍ବୋଦୟର ବିକାଶକୁ ଫୋକସ ଦେଇଛନ୍ତି ମୋଦି ସରକାର। ଯାତାୟାତର ସୁବିଧା କ୍ଷେତ୍ରରେ ବନ୍ଦେ ଭାରତ ଏକ୍ସପ୍ରେସ ଏକ ନିର୍ଣ୍ଣାୟକ ଭୂମିକା ନିଭାଉଥିବା ବେଳେ ଓଡ଼ିଶାର ବିଭିନ୍ନ ରୁଟରେ ଏହାର ପ୍ରଚଳନ ରାଜ୍ୟବାସୀଙ୍କୁ ଅନେକ ସୁବିଧା ଯୋଗାଉଥିବା ଦେଖିବାକୁ ମିଳିଛି।
