ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ପାଇଁ ପ୍ରଶିକ୍ଷଣ ଶିବିର
ଦଶପଲ୍ଲା : ଦଶପଲ୍ଲା ବ୍ଲକ ସଭାଗୃହ ପରିସରରେ ବୁଧବାର ଦିନ ଭିନ୍ନକ୍ଷମ ଶିଶୁ ମାନଙ୍କ ଚିହ୍ନଟ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଅଙ୍ଗନୱାଡି କର୍ମୀ ମାନଂକୁ ଏଥିନେଇ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, ସିଡ଼ିପିଓ ରିନା ସରିତା ଲରେନ୍ସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାର ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ସୁଚନା ଯୋଗ୍ୟ ଯେ ୦-୬ ବର୍ଷ ବୟସ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁ ମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇ ସରକାରୀ ସହାୟତା ପ୍ରଦାନ କରାଯିବ l ଉଲ୍ଲେଖନିୟ ଯେ, ୨୦୨୧-୨୨ ପର୍ଯ୍ୟନ୍ତ ୧୨୫ ଜଣଙ୍କୁ ଚିହ୍ନଟ କରାଯାଇଛି l
