ବାଲାଘାଟ ଲାଞ୍ଜିରେ ଖସି ପଡ଼ିଲା ପ୍ରଶିକ୍ଷଣ ବିମାନ, ପାଇଲଟ ଓ କୋ-ପାଇଲଟ ମୃତ
ଗୋନ୍ଦିଆ : ମହାରାଷ୍ଟ୍ର ବାଲାଘାଟ ଜିଲା ଲାଞ୍ଜି ଥାନା ଅନ୍ତର୍ଗତ ଲୋଡାଗୀ ଅଞ୍ଚଳରେ ଏକ ପ୍ରଶିକ୍ଷଣ ବିମାନ କ୍ରାସ୍ । ଦୁର୍ଘଟଣାରେ ବିମାନର ପାଇଲଟ ଓ ସହ ପାଇଲଟଙ୍କ ମୃତ୍ୟୁ ହୋଇଛି । ବିମାନଟି ମହାରାଷ୍ଟ୍ର ବିରସି ବିମାନ ବନ୍ଦରରୁ ମଧ୍ୟାହ୍ନ ୨ଟା ବେଳେ ଉଡିଥିଲା । ଏହାର କିଛି ସମୟ ପରେ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ବାଲାଘାଟର ଲାଞ୍ଜି ଓ କିରନାପୁର ଥାନାର ଭକ୍କୁଟୋଲା ପାହାଡ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି ।
ଦୁର୍ଘଟଣାରେ ମହିଳା ଟ୍ରେନି ପାଇଲଟ ରୁକଶଙ୍କା ଓ ଇନଷ୍ଟ୍ରକ୍ଟର ମୋହିତଙ୍କର ମୃତ୍ୟୁ ହୋଇଛି । ଗୋନ୍ଦିଆ ଏଟିସିଙ୍କ ଏଜିଏମ କମଲେଶ ମେଶ୍ରାମ ଦୁର୍ଘଟଣା ଓ ମୃତକଙ୍କ ନାମ ପୁଷ୍ଟି କରିଛନ୍ତି । କିଛି ଦିନ ପୂର୍ବେ ମଧ୍ୟପ୍ରଦେଶ ମୁରୈନାରେ ପ୍ରଶିକ୍ଷଣ ଅଭ୍ୟାସ କାଳରେ ବାୟୁସେନାର ୨ ଯୁଦ୍ଧ ବିମାନ ସୁଖୋଇ ଏସୟୁ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଥିଲେ । ସୁଖୋଇରେ ୨ ଜଣ ପାଇଲଟ ଥିବା ବେଳେ ମିରେଜରେ ଜଣେ ପାଇଲଟ ଥିଲେ ।
