ଟ୍ରଲର-ଟ୍ରଲର ଧକ୍କା, ୪ ଜୀବନ୍ତ ଦଗ୍ଧ
ରାଜସ୍ଥାନ : ରାଜସ୍ଥାନର ଅଜମେରରେ ବଡ ଧରଣର ଦୁର୍ଘଟଣା । ୮ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା। ଖୁବ ଜୋରରେ ଦୁର୍ଘଟଣା ଘଟିବାରୁ କିଛି ସମୟ ମଧ୍ୟରେ ୨ଟି ଯାକ ଟ୍ରଲର ନିଆଁ ଲାଗି ଯାଇଥିଲା । ଏହି ଦୁର୍ଘଟଣାରେ ଟ୍ରଲରରେ ଥିବା ୪ ଜଣ ଜୀବନ୍ତଦଗ୍ଧ ହୋଇଥିବା ବେଳେ ଟ୍ରେଲରୁ ତୁରନ୍ତ ଡେଇଁ ପଡି ନିଜର ଜୀବନ ବଞ୍ଚାଇଛନ୍ତି । ଦୁର୍ଘଟଣା ଖୁବ ଭୟଙ୍କର ଥିଲା । ଖୁବ ଶୀଘ୍ର ନିଆଁ ଭୀଷଣ ରୂପ ଧାରଣ କରିନେଇଥିଲା । ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ପରେ କିଛି ଘଣ୍ଟା ଜାତୀୟ ରାଜପଥରେ ଯାନବାହନ ଅଟକି ରହିଥିଲା । ପୋଲିସ ରାସ୍ତା ଜାମ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା ।
ସୂଚନା ଯେ, ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣାଟି ଘଟିଛି । ଏକ ଟ୍ରଲର ଜୟପୁର ଅଭିମୁଖେ ଯାଉଥିଲା । ହଠାତ୍ ଡ୍ରାଇଭର ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲା । ଗାଡ଼ିଟି ରାସ୍ତାରେ ଥିବା ଡିଭାଇଡ଼ରରେ ପିଟି ହୋଇଯାଇଥିଲା । ଏହାପରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରଲର ସହିତ ଧକ୍କା ହୋଇଥିଲା । ଉଭୟ ଟ୍ରଲର ପରସ୍ପର ଧକ୍କା ହେବା ପରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପିବା ଦ୍ୱାରା ଜଳିଯାଇଥିଲା ଟ୍ରଲର । ଏହି ଦୁର୍ଘଟଣାରେ ୨ଜଣ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସର୍ବମୋଟ ୪ଜଣ ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି । ଏହାସହିତ ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ରହିଛନ୍ତି । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲର ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।


