ମର୍ମନ୍ତୁଦ ସଡକ ଦୁର୍ଘଟଣା! ପୋଲ ତଳକୁ ଖସିଲା କାର, ୩ ମୃତ
ଇନ୍ଦିରାପୁରମ : ଗାଜିୟାବାଦର ଇନ୍ଦିରାପୁରମ ଥାନା ଅନ୍ତର୍ଗତ ବସୁନ୍ଧରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଯାଉଥିବା ଏକ କାର ପୋଲ ତଳକୁ ଖସି ପଡିବା ଫଳରେ କାରରେ ଥିବା ୩ ସାଙ୍ଗଙ୍କର ମୃତ୍ୟୁ ଘଟିଛି।
୩ ଜଣ ସାଙ୍ଗ ଏକ ବିବାହ ଉତ୍ସବରେ ଇନ୍ଦିରାପୁରମସ୍ଥିତ ଏକ ଫାର୍ମ ହାଉସକୁ ଆସିଥିଲେ। ବିବାହରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣଙ୍କର କେନାଲରେ ବୁଡି ଯିବା ଫଳରେ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
