ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଦ ଫେମ୍ ଗେମ୍’! ଅଭିନେତ୍ରୀ ଅନାମିକା ଆନନ୍ଦଙ୍କ ଭୂମିକାରେ ନଜର ଆସିବେ ଧକ ଧକ ଗାର୍ଲ ମାଧୁରୀ
ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଡାନ୍ସରେ ସମସ୍ତଙ୍କ ମନରେ ରାଜ କରନ୍ତି । ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଦ ଫେମ୍ ଗେମ୍’ରେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିବ ।
ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ଫେମ୍ ଗେମ୍’ରେ ସେ ଏକ ଫିଲ୍ମ ଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ଏହା ଫେବୃଆରୀ ୨୫ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ କରାଯିବ । ଯାହାର ଚରିତ୍ର ତାଙ୍କ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ସିରିଜ୍ରେ ମାଧୁରୀ ବଲିଉଡ ଅଭିନେତ୍ରୀ ଅନାମିକା ଆନନ୍ଦଙ୍କ ଭୂମିକାରେ ନଜର ଆସିବେ । ଯିଏ ଦିନେ ନିଖୋଜ ହୋଇଯାଆନ୍ତି ଏବଂ ତା’ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୁପେ ବଦଳିଯାଏ । ଶୋ’ର ଟ୍ରେଲରର ଡିଜିଟାଲ୍ ମାଧ୍ୟମରେ ଲଞ୍ଚ କରାଯିବ । ତେବେ ଏହି ସ୍କ୍ରିଫ୍ଟକୁ ପଢିବା ମାତ୍ରେ ଏହି ସିରିଜ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମାଧୁରୀ । ଏନେଇ ମାଧୁରୀ କହିଛନ୍ତି, ‘ମୁଁ ସ୍କ୍ରିପ୍ଟକୁ ପସନ୍ଦ କଲି, ତାଙ୍କର ଚରିତ୍ର ମୋତେ ଖୁବ୍ ଭଲ ଲାଗିଲା। ଏହି କାହାଣୀଟି ଏପରି ଜଣେ ମହିଳାଙ୍କ ବିଷୟରେ, ଯାହାର ଜୀବନ ସ୍ୱାଭାବିକ ଭାବରେ ଚାଲିଛି କିନ୍ତୁ ଦିନେ ସେ ହଠାତ୍ କୁଆଡେ ହଜି ଯାଆନ୍ତି । ପରେ ତା ଜୀବନଶୈଳୀ ସହ ଜୀବନ ପୁରାପୂରି ବଦଳି ଯାଏ । ସେଥିପାଇଁ ଏହାର ନାମ ‘ଫେମ୍ ଗେମ୍’ ରଖାଯାଇଛି |
