ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
ଧର୍ମଗଡ଼ : ଧର୍ମଗଡ଼ ୨୬ ନଂ. ଜାତୀୟ ରାଜପଥ କୋକସରା ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାଲ ବୋଝେଇ ଟ୍ରକ ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।
ବୁଧବାର ଭୋର ସମୟରେ ଏମାନେ ଶୌଚ ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଦୁର୍ଘଟଣା ଶିକାର ହୋଇଥିଲେ । ଏଥିରେ ଘଟଣାସ୍ଥଳରେ କିଲି ଗାଁର ଯୁଗେ ବେମାଲଙ୍କର ମୃତ୍ୟୁ ହୋଇଛି । ସେହିପରି ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ କୋକସରା ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଅଟକ ରଖିଛି । ମୃତକଙ୍କ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା ଜୟପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
