ମର୍ମନ୍ତୁଦ ସଡକ ଦୁର୍ଘଟଣା : ବସ ଓ ଡମ୍ଫର ଧକ୍କାରେ ୭ ମୃତ, ୧୩ ଆହତ
ମୁମ୍ବଇ : ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚୌରାହା ଥାନା ଅନ୍ତର୍ଗତ ଡାଁଗ ବିରଖଡୀ ନିକଟରେ ଶୁକ୍ରବାର ସକାଳେ ବସ ଓ ଡମ୍ଫର ମଧ୍ୟ ଧକ୍କା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଉକ୍ତ ଯାତ୍ରୀବାହୀ ବସଟି ଗ୍ୱାଲିୟର ଠାରୁ ବରେଲୀ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
