ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ମୃତ, ୪ ଗୁରୁତର
ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର-ବାଲେଶ୍ୱର ରାସ୍ତା ନଗୁଆଁ ଛକ ଠାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲେଶ୍ୱର ସହର ସହଦେବଖୁଣ୍ଟା ଅଞ୍ଚଳର ୬ଜଣ ଯୁବକ ଦୀଘା ବୁଲିବାକୁ ଆସି ଏକ ମାରୁତି ସୁଜୁକି ଡିଜାୟାର୍ (ନଂ. ଓଡ଼ି୦୧ଏଜି-୮୯୧୯) ଗାଡ଼ିରେ ଦ୍ରୁତ ଗତିରେ ଘରକୁ ଫେରୁଥିବା ବେଳେ ନଗୁଆଁ ଛକ ଠାରେ ବସ୍ରେ ଚଢୁଥିବା ବାଟୋଇଙ୍କୁ ପଛପଟରୁ ଧକ୍କା ଦେବା ସହିତ ଅନ୍ୟ ଏକ ଟୋଟ ଗାଡ଼ି ଓ ବାଇକ୍ରେ ବସିଥବବା ବ୍ୟକ୍ତିଙ୍କୁ ଚପାଇ ଦେବାରୁ ଘଟଣାସ୍ଥଳରେ କଖଡ଼ା ପଞ୍ଚାୟତ ପୁରୁଷତ୍ତୋମପୁର ଗ୍ରାମର ଖକନ ସେଠୀଙ୍କ ସ୍ତ୍ରୀ ପୂର୍ଣ୍ଣିମା (୩୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଗଆମର ଫକ ରାଉଳଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା (୩୪) ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁବରଣ କରିଛନ୍ତି ।
ଗାଡ଼ି ଧକ୍କାରେ ଅନ୍ୟ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ବାଳକ ଥିବାବେଳେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଅଛନ୍ତି । ଖବର ଲେଖାକୁ ଏମାନଙ୍କର ପରିଚୟ ମିଳି ନାହିଁ । ଉତ୍ତ୍ୟକ୍ତ ଲୋକେ ନଗୁଆଁ ଛକରେ ମାରୁତିଗାଡ଼ିକୁ ଭାଙ୍ଗି ଚୁର୍ମାର୍ କରିଥିବାର ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।
