୮ ମାସରେ ରାଜଧାନୀରେ ଆଦାୟ ହୋଇଛି ୨୧କୋଟି ୬୩ଲକ୍ଷ ଟଙ୍କାର ଜରିମାନା
ଭୁବନେଶ୍ୱର : ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ୨୦୨୦-୨୧ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ସେହିପରି ମାସ୍କ ନପିନ୍ଧିଥିବାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।
ସେହିପରି କଟକରେ ଅଗଷ୍ଟ ମାସ ସୁଦ୍ଧା ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୧,୧୨,୬୩,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ବିନା ହେଲମେଟ୍ ପାଇଁ ୩୪,୦୧,୫୦୦ ଟଙ୍କା , ବିନା ସିଟ୍ ବେଲ୍ଟ ପାଇଁ ୧୯ ହଜାର ଟଙ୍କା ଏବଂ ମାସ୍କ ନପିନ୍ଧିଥିବା ଅଭିଯୋଗରେ ୫,୩୪,୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । କମିଶନରେଟ୍ ପୋଲିସ ଅଂଚଳରେ ଜରିମାନା ଆଦାୟ ସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳ ପଚାରିଥିବା ପ୍ରଶ୍ନର ଉତର ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।
