ଭିଜିଲାନ୍ସ ଜାଲରେ ଟିପିଡବ୍ଲୁଓଡିଏଲର ଜେନେରାଲ ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ
ସମ୍ବଲପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଧରାପଡିଲେ ସମ୍ବଲପୁର ବୁର୍ଲାର ଟାଟା ପାୱାର ପଶ୍ଚିମ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜି । ଶୁକ୍ରବାର ସମ୍ବଲପୁର ଜିଲାରେ ଥିବା ତାଙ୍କର ବୁର୍ଲା କର୍ପୋରେଟ୍ ଅଫିସ୍, ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢାଉରେ ଜଣେ ଡିଏସ୍ପି, ୬ ଜଣ ଇନ୍ସ୍ପେକ୍ଟର, ଦୁଇ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ସମ୍ବଲପୁର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଏହି ଚଢାଉ ହୋଇଛି । ସମ୍ବଲପୁର ଏବଂ ବରଗଡର ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ସମ୍ବଲପୁର ପ୍ରଧାନପାଟ ସ୍ଥିତ ଘର, ବୁର୍ଲା ସ୍ଥିତ ଅଫିସ, ବରଗଡ ଅତାବିରା ସ୍ଥିତ ପୈତୃକ ଘରେ ଚଢାଉ କରାଯାଉଛି । ଏଯାବତ୍ ସନ୍ତୋଷଙ୍କ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଛି । ଏ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
