ବଡ଼ଦାଣ୍ଡରେ ଖରାତାତିରୁ ରକ୍ଷା ପାଇଁ ଆଖୁରସ ପିଉଛନ୍ତି ପର୍ଯ୍ୟଟକ
ପୁୁରୀ : ମାଡ଼ି ଆସୁଛି ଖରା । ଡ଼ହଳବିକଳ ପର୍ଯ୍ୟଟକ । ବଡ଼ଦାଣ୍ଡ ତାତିକୁ ଖରା ତାତି । ଅସହ୍ୟ ହେଲାଣି ଗ୍ରୀଷ୍ମ ତାତି । ପୁରୀକୁ ଆସୁଥିବା ପର୍ଯ୍ୟଟକ,ତୀର୍ଥଯାତ୍ରୀ ମାନେ ବଡ଼ଦାଣ୍ଡରେ ଯାଉଥିବା ବେଳେ ଆଖୁରସ ପିଉଥିବା ଦେଖିବାକୁ ମିଳିଛି । ଶରଧାବାଲି, ବଡ଼ଶଙ୍ଖ, ବଳଗଣ୍ଡି, ମାଉସୀମା ମନ୍ଦିର ପାଖ, ମାର୍କେଟ ଛକ ସମେତ ବିଭିନ୍ନ ସ୍ଥାନରେ ଆଖୁରସ ବିକ୍ରିର ଚାହିଦା ବଢୁଛି । ଆଖୁରସ ବିକ୍ରି କରୁଥିବା ବ୍ୟକ୍ତିମାନେ ବହାରୁ ଆଖୁ ଆଣି ସାଇଜରେ ଖଣ୍ଡ ଖଣ୍ଡ କରିବା ସହ ତାହାକୁ ମେସିନରେ ଚାଳାଇ ଆଖୁରସ ବାହାର କରୁଛନ୍ତି । ଆଖୁରସରେ ବରଫ,ଲେମ୍ବୁ, ପୋଦିନାପତ୍ର,ଅଦା ସହ ଜଳଜିରା ମିଶାଇ ବିକ୍ରି କରୁଛନ୍ତି । ଗୋଟିଏ ଗ୍ଲାସରେ ଆଖୁରସକୁ ୧୦ଟଙ୍କା ନେଉଥିବା ବେଳେ ଷ୍ଟିଲ ମଗରେ ଗ୍ରାହକ ପିଇଲେ ୨୦ ଟଙ୍କା ନେଉଛନ୍ତି । ଅନ୍ୟ ଥଣ୍ଡା ପାନୀୟ ପଇଡ଼ ,ଫଳରସ, ଥମସ୍ଅଫ, କୋକକୋଲା ସ୍ପ୍ରାଇଡ଼ର ମୂଲ୍ୟ ତୁଳନାରେ ଆଖୁରସ ଦାମ କମ ରହିଥିବାରୁ ଅଧିକ ଗ୍ରାହକ ଆଖୁରସ ପିଇ ତୃଷ୍ଣା ମେଂଟାଉଛିନ୍ତି । ଆଖୁରସ ପିଇଲେ ମଧ୍ୟ ଶରୀରକୁ ହିତ ଓ ପେଟକୁ ଥଣ୍ଡା ରଖୁଥିବା ଗ୍ରାହକମାନେ କହୁଛନ୍ତି । ଆଖୁରସ ପିଇ ପର୍ଯ୍ୟଟକମାନେ ଖୁସି ରହିବା ସହ ଆତ୍ମସନ୍ତୋଷ ପାଉଛନ୍ତି । ଆଖୁରସ ବିକ୍ରି କରି ବ୍ୟବସାୟୀ ମନ ମଧ୍ୟ ଖୁସି ରହୁଛି । ପର୍ଯ୍ୟଟକମାନେ ଖୁସି ଥିବା ବେଳେ ଆଖୁରସ ବିକ୍ରି କରି ବ୍ୟବସାୟୀ ମଧ୍ୟ ଖୁସି ଅନୁଭବ କରୁଛି । ଆଖୁରସ ବିକ୍ରି କରି ବ୍ୟବସାୟୀ ତାର ତେଲଲୁଣ ସଂସାର ଚାଳାଉଛି । ଆଖୁରସ ପିଅନ୍ତୁ ସୁସ୍ଥ ରୁହନ୍ତୁ । ଖରାରୁ ଓ ତାତିରୁ ନିସ୍ତାର ପାଆନ୍ତୁ ।
