ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ ? କ’ଣ କରିବେ ଓ କ’ଣ ନାହିଁ
୨୦୨୨ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ମାସର ଶେଷ ତାରିଖ ଅର୍ଥାତ ଶନିବାରରେ ହେବ । ଏହି ସୂର୍ଯ୍ୟ ପରାଗର ଅନେକ ବିଶେଷତ୍ୱ ରହିଛି । ସୂର୍ଯ୍ୟ ପରାଗକୁ ନେଇ ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସେ । ସୂର୍ଯ୍ୟ ପରାଗ ସମୟରେ କ’ଣ ହେବ ଏବଂ ଏହି ସୂର୍ଯ୍ୟ ପରାଗ ମହତ୍ୱ କ’ଣ? ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ କି ନାହିଁ? ଆସନ୍ତୁ ସେ ବିଷୟରେ ଜାଣିବା..

ହେବାକୁ ଯାଉଛି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗର ୧୫ ଦିନ ପରେ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ’ ୧୬ ରେ ହେବ। ସବୁଠୁ ଆଶ୍ଚଯ୍ୟର କଥା ହେଲା ଏହି ଚନ୍ଦ୍ର ଗ୍ରହଣରେ ‘କଳା ଚନ୍ଦ୍ର’ ବା ଅମାବାସ୍ୟା ରାତିରେ ଚନ୍ଦ୍ର କଳା ଦେଖାଯିବ । ଆମେରିକା ନାସାର ତଥ୍ୟ ଅନୁଯାୟୀ, କଳା ଚନ୍ଦ୍ର ଚଳିତ ବର୍ଷ ସୂର୍ୟ୍ୟୋଦୟ ପୂର୍ବରୁ ଏବଂ ସୂର୍ୟ୍ୟୋଦୟ ସମୟରେ ସୂର୍ୟ୍ୟଙ୍କୁ ଅବରୋଧ କରିବ, ଫଳସ୍ୱରୂପ ଆଂଶିକ ଚନ୍ଦ୍ରଗ୍ରହଣ ହେବ।

ଚନ୍ଦ୍ର ଓ ପୃଥିବୀ ନିଜ ବଳୟ ମଧ୍ୟରେ ଗତି କରୁଥିବା ସମୟରେ, ପୃଥିବୀ ଉପରେ ଏକ ଛାୟା ପକାଇଥାଏ ,ଯାହା କେତେକ ଅଞ୍ଚଳରେ ସୂର୍ଯ୍ୟଙ୍କ ଆଲୋକକୁ ସଂପୂର୍ଣ୍ଣ ବା ଆଂଶିକ ଅବରୋଧ କରିଥାଏ । ଫଳରେ ସୂର୍ୟ୍ୟ ପରାଗ ହୋଇଥାଏ । ଆଂଶିକ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଏବଂ ସୂର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସମତୁଲ ହୋଇନଥାନ୍ତି, ତେଣୁ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣରୂପେ ଆଚ୍ଛାଦନ କରେ ନାହିଁ। ଭାରତୀୟ ସମୟରେ ଆଂଶିକ ସୂର୍ୟ୍ୟ ପରାଗ ୧୨:୧୫ ରୁ ଆରମ୍ଭ ହେବ । ଏବଂ ଏପ୍ରିଲ୍ ୩୦ ଶନିବାର ଦିନ ୪:୦୭ ରେ ଶେଷ ହେବ । ଆଂଶିକ ସୂର୍ଯ୍ୟ ଗ୍ରହଣ ପୃଥିବୀର ବିଭିନ୍ନ ସ୍ଥାନରୁ ଦୃଶ୍ୟମାନ ହେବ । ତେବେ ସୂର୍ୟ୍ୟପରାଗ ଭାରତରେ ଦେଖାଯିବ ନାହିଁ । କେବଳ ଦକ୍ଷିଣ / ପଶ୍ଚିମ ଆମେରିକା, ପ୍ରଶାନ୍ତ ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ ।
