ଖବର ଆଜିର (ତାରିଖ ୦୮/୦୮/୨୩, ମଙ୍ଗଳବାର)
୧-ଭୁବନେଶ୍ୱର: ମେଧାବୃତ୍ତି ସମସ୍ୟା ସମାଧାନ ପାଇଁ ଖୋଲିବ ସ୍କଲାରସିପ୍ ସେଲ୍।
୨-ପୁରୀ: ବିକ୍ରି ହେବ ବଡ଼ ଓଡ଼ିଆ ମଠରୁ ଅଧେ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହେଲା ଆଲୋଚନା।
୩-ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଶୁଭାଶିଷ ତଲାପତ୍ର।
୪-ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ,ମୋଟ ପରୀକ୍ଷା ଦେଇଥିବା ୧୩୧୦ ଜଣଙ୍କ ମଧ୍ୟରୁ ୪୩୩ ଜଣ କୃତକାର୍ଯ୍ୟ।
୫-ବୃଦ୍ଧି ପାଇଲା ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନର ସମୟ ସୀମା,ଶେଷ ତାରିଖ ରହିଛି ଅଗଷ୍ଟ ୧୫।
୬-ବନ୍ତ: ସାଳନ୍ଦୀ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୩ କାଉଡ଼ିଆ,ଦୁଇ ନିଖୋଜ।
୭-ବନ୍ୟାପାଣି ଛାଡିବା ପରେ ଝାଡାବାନ୍ତି ପରି ରୋଗରେ ଭୟ ବଢେ:ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
୮-କଳାହାଣ୍ଡିରୁ ଉଡ଼ିବ ବିମାନ; ଉତ୍କେଲା ବିମାନବନ୍ଦରକୁ ଡିଜିସିଏ ଲାଇସେନ୍ସ।
୯-ଭଂଜନଗର:ମିଟର ରିଡିଂ ନେବାକୁ ଯାଇଥିବା ବେଳେ ଯୁବକକୁ ହତ୍ୟା,ପୋଲିସର ତଦନ୍ତ ଜାରି।
୧୦-ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର, ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ ସାମିଲ।
୧୧-ବାଲେଶ୍ବରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ଖର୍ଚ୍ଚ ହେବ ୧୫.୫୮ କୋଟି ଟଙ୍କା।
୧୨-ଭୁବନେଶ୍ୱର:କମିଶନରେଟ ପୋଲିସ ହାତରେ ଦୃର୍ଦ୍ଦାନ୍ତ ଅପରାଧି ଗ୍ୟାଙ୍ଗ; ଅତ୍ୟାଧୁନିକ କାରବାଇନ ବନ୍ଧୁକ ଜବତ।
୧୩-ମାଲକାନଗିରି:ବଡ ଧରଣର ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ବିଏସଏଫ ଯବାନ।
୧୪-ରେଙ୍ଗାଲିକ୍ୟାମ୍ପ:-୫ଟି- ସ୍କୁଲକୁ ବର୍ଷେ ପୁରିନି, ଖସିପଡିଲା ବିଜ୍ଞାନଗାରର ସିଲିଂ।
୧୫-ଟମାଟୋ କରୁଛି କୋଟିପତି: ୨ରୁ ୩ମାସ ମଧ୍ୟରେ ଦକ୍ଷିଣଭାରତର ୫ଜଣ ଚାଷୀ ରାତାରାତି ହେଲେଣି କୋଟିପତି, କିଣୁଛନ୍ତି କାର, ଗାଡି।
୧୬-ଟେସଲା ସିଏଫଓ ହେଲେ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା , ସମ୍ଭାଳିବେ ଗୁରୁ ଦାୟିତ୍ବ।
୧୭-୪ମାସ ପରେ ସଂସଦକୁ ଫେରିଲେ ରାହୁଲ: ପାଛୋଟି ନେଲେ ବିରୋଧୀ ମେଂଟର ସାଂସଦ, କଂଗ୍ରେସ ଶିବିର ଉତ୍ସାହିତ।
୧୮-ଦିଲ୍ଲୀ ସର୍ଭିସ୍ ବିଲ୍ ରାଜ୍ୟସଭାରେ ପାସ୍, AAPକୁ ଝଟକା; ପ୍ରଥମ ପରୀକ୍ଷାରେ ମିଳିତ ବିରୋଧୀ ମେଣ୍ଟ ଫେଲ୍।
୧୯-ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’, ଏସିଆରେ ବି ସଂକ୍ରମଣ ବଢିବା ଆଶଙ୍କା।
୨୦-ଆମେରିକା -ଇରାନ ମୁହାଁ ମୁହିଁ:ଲାଲ ସାଗରରେ ଯୁଦ୍ଧ ପରିସ୍ଥିତି।
୨୧-ପ୍ରୋଭିଡେନସ୍:୩ୟ T20 ଆଜି;କର ବା ମର ସ୍ଥିତିରେ ଭାରତ।
