ବିଶ୍ୱରେ ଆଉ ୩,୯୩,୩୩୮ ସଂକ୍ରମିତ ଓ ୭,୯୪୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୭ଲକ୍ଷ ୪୬ହଜାର ୩୮୬ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୧୫ହଜାର ୪୫୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୯୩ହଜାର ୩୩୮ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୯୨୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୭ଲକ୍ଷ ୪୬ହଜାର ୩୮୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୧୫ହଜାର ୪୫୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୫୪ଲକ୍ଷ ୧ହଜାର ୫ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୫୪ଲକ୍ଷ ୧ହଜାର ୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୬୩ହଜାର ୭୨୯ ସଂକ୍ରମିତ ଓ ୬୬ଲକ୍ଷ ୧୮ହଜାର ୬୧୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୨ଲକ୍ଷ ୪୩ହଜାର ୪୮୩ ସଂକ୍ରମିତ ଓ ୫ଲକ୍ଷ ୯ ହଜାର ୨୮୨ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୪ ହଜାର ୩୨୯ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୯୦୬ ମୃତ, ତୁର୍କୀରେ ୫୩ ଲକ୍ଷ ୯୩ ହଜାର ୨୪୮ ସଂକ୍ରମିତ ଓ ୪୯ ହଜାର ୪୧୭ ମୃତ, ଋଷିଆରେ ୫୩ ଲକ୍ଷ ୮୮ ହଜାର ୬୯୫ ସଂକ୍ରମିତ ଓ ୧ଲକ୍ଷ ୩୧ ହଜାର ୪୬୩ ମୃତ, ୟୁକେରେ ୪୬ ଲକ୍ଷ ୮୪ ହଜାର ୫୭୨ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୪୮ ମୃତ, ଆର୍ଜେଣ୍ଟିନାରେ ୪୩ ଲକ୍ଷ ୫୦ ହଜାର ୫୬୪ ସଂକ୍ରମିତ ଓ ୯୧ ହଜାର ୪୩୮ମୃତ, ଇଟାଲିରେ ୪୨ ଲକ୍ଷ ୫୫ ହଜାର ୭୦୦ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୩୬୨ମୃତ, କଲୋମ୍ବିଆରେ ୪୦ ଲକ୍ଷ ୬୦ ହଜାର ୧୩ ସଂକ୍ରମିତ ଓ ୧ ଲକ୍ଷ ୨ ହଜାର ୬୩୬ମୃତ, ସ୍ପେନରେ ୩୭ ଲକ୍ଷ ୭୭ ହଜାର ୫୩୯ ସଂକ୍ରମିତ ଓ ୮୦ ହଜାର ୭୬୬ ମୃତ ରହିଛନ୍ତି ।
