ବିଶ୍ୱରେ ଆଉ ୩,୭୯,୦୫୭ ସଂକ୍ରମିତ ଓ ୮,୩୯୬ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୮୧ଲକ୍ଷ ୭୮ହଜାର ୧୦୫ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୫୭ହଜାର ୩୦୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୭୯ହଜାର ୫୭ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୩୯୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୮୧ଲକ୍ଷ ୭୮ହଜାର ୧୦୫ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୫୭ହଜାର ୩୦୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୨୬ଲକ୍ଷ ୭୭ହଜାର ୬୪୯ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୬ଲକ୍ଷ ୪୩ହଜାର ୧୫୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୭୫ହଜାର ୫୭୩ ସଂକ୍ରମିତ ଓ ୬ଲକ୍ଷ ୧୬ହଜାର ୪୨୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୭ଲକ୍ଷ ୪ହଜାର ୪୧ସଂକ୍ରମିତ ଓ ୪ଲକ୍ଷ ୯୬ହଜାର ୧୭୨ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୪୯ ହଜାର ୬୯୧ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୬୩୪ ମୃତ, ତୁର୍କୀରେ ୫୩ ଲକ୍ଷ ୫୪ ହଜାର ୧୫୩ ସଂକ୍ରମିତ ଓ ୪୯ ହଜାର ୧୨ ମୃତ, ଋଷିଆରେ ୫୨ ଲକ୍ଷ ୬୪ ହଜାର ୪୭ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୯୯୨ ମୃତ, ୟୁକେରେ ୪୬ ଲକ୍ଷ ୬୨୩ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୪୫ ମୃତ, ଇଟାଲିରେ ୪୨ ଲକ୍ଷ ୪୯ ହଜାର ୭୫୫ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୧୨୭ମୃତ, ଆର୍ଜେଣ୍ଟିନାରେ ୪୨ ଲକ୍ଷ ୨୨ ହଜାର ୪୦୦ ସଂକ୍ରମିତ ଓ ୮୭ ହଜାର ୭୮୯ମୃତ, କଲୋମ୍ବିଆରେ ୩୭ ଲକ୍ଷ ୭୭ ହଜାର ୬୦୦ ସଂକ୍ରମିତ ଓ ୯୬ ହଜାର ୩୬୬ମୃତ, ସ୍ପେନରେ ୩୭ ଲକ୍ଷ ୫୩ ହଜାର ୨୨୮ ସଂକ୍ରମିତ ଓ ୮୦ ହଜାର ୬୩୪ ମୃତ ରହିଛନ୍ତି ।
